ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫, (ଖବର ଓଡିଶା)

ଉତର ପ୍ରଦେଶର ଧାର ଜିଲ୍ଲାରେ ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠାରେ ଏକ ବ୍ୟକ୍ତି ନିଜ କୁକୁର ନାଁରେ ବର୍ଷସାରା ରାସନ ନେଉଛନ୍ତି । ସେ ରାଜୁ ନାଁରେ ନିଜ ପାଳିତ କୁକୁର ନାଁ ରାସନ କାର୍ଡରେ ଲେଖାଇଛନ୍ତି । ଏହି ମାମଲାଟି ଧାର ଜିଲ୍ଲାର ଗ୍ରାମର ପଂଚାୟତର ବିଡିଓଙ୍କର ଅଟେ । କିନ୍ତୁ ଆଧାର କାର୍ଡ ତାଙ୍କର ଏହି ରାଜ ଖୋଲି ଦେଇଥିଲା । ଯେତବେଳେ ଘରର ତିନି ଜଣଙ୍କର ଆଧାର କାର୍ଡ ମଗାଗଲା ସେ କେବଳ ୨ ଜଣଙ୍କର ଦେଇଥିଲେ ଓ କହିଥିଲେ ତୃତୀୟ ଜଣକ ତାଙ୍କ କୁକୁର ଅଟେ ।

ରାସନ କାର୍ଡରେ ବ୍ୟକ୍ତି ଜଣକ କୁକୁର ନାଁ ଆଗରେ ମୁଖିଆଙ୍କ ସମ୍ବନ୍ଧୀତ କାଗଜ ପତ୍ରରେ ନିୟମ ଅନୁଯାୟୀ ତାକୁ ତାଙ୍କର ପୁତ୍ର ଲେଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗୁଲେରି ପାଡା ନିବାସୀ ନୃସିଂହ ବୋଦର (୭୦) ତିନି ଜଣଙ୍କ ରାସନ ପାଇଁ ଯେତବେଳେ ଦୋକନକୁ ଗଲେ ସେଠାରେ ଲାଗିଥିବା ପିଓଏସ ମେସିନରେ କାର୍ଡରେ ଥିବା ବ୍ୟକ୍ତିମାନଙ୍କ ପରିଚୟ ପାଇଁ ଆଧାର କାର୍ଡ ନମ୍ବର ଦେବାକୁ କୁହାଯାଇଥିଲା ।ଏଥିରେ ସେ ଦୁଇ ଜଣଙ୍କ କାର୍ଡ ଦେଖାଇ ପାରିଥିଲେ ଓ ତୃତୀୟ ଜଣକ ସେମାନଙ୍କ କୁକୁର ବୋଲି କହିଥିଲେ ।

ରାସନ ଦୋକନରୁ ରାସନ କାର୍ଡରେ ଥିବା ପ୍ରତି ବ୍ୟକ୍ତିଙ୍କୁ ପ୍ରତି ମାସରେ ପାଂଚ କିଲୋ ରାସନ ଦିଆଯାଏ । କୁକୁର ନାମରେ ନୃସିଂହ ଆଜି ପର୍ଯ୍ୟନ୍ତ ୬୦ କିଲୋ ଗହମ ନେଇ ସାରିଲେଣି । ଏହି ଘଟଣାରେ ସେଲସ ମ୍ୟାନ କୌଳାସ ମାରୁ କହିଛନ୍ତି କି ଏହି ଘଟଣା ଜଣାପଡିବା ପରେ ଏହାକୁ ତଦନ୍ତ କରି ରାସନ କାର୍ଡରୁ କୁକୁର ନାଁ ହଟାଇବାକୁ ଖାଦ୍ୟ ଅଧିକାରୀ ଅନୁରାଗ ବର୍ମା ନିର୍ଦ୍ଦେଶ ଦେଇଛନ୍ତି ।

Credit goes to : Dailyhunt on dated Tuesday, 25 Sep, 3.35 pm